ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ PS। କେଜ୍ରିୱାଲଙ୍କ ସହଯୋଗୀ ତଥା ପୂର୍ବତନ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ତାଙ୍କୁ ଗିରଫ କରାଯାଇଛି। କେଜରିୱାଲଙ୍କ ଦିଲ୍ଲୀ ଘରେ ସ୍ୱାତୀଙ୍କୁ ଦୁର୍ବ୍ୟବହାର ହୋଇଥିଲା।ସ୍ୱାତୀ ମାଲିୱାଲ ତାଙ୍କ ବିରଦ୍ଧରେ ଅସଦାଚରଣ ଅଭିଯୋଗ ଆଣିବାର ଦୁଇ ଦିନ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ।

ସୂଚନା ଅନୁସାରେ, ସ୍ୱାତୀ ମାଲିୱାଲ ବୈଭବ କୁମାରଙ୍କ ବିରୁଦ୍ଧରେ ଅସଦାଚରଣ ଓ ମାଡ଼ ମାରିବାର ଅଭୋଯଗ ଆଣିଥିଲେ। ସେ ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବାକୁ ଯାଇଥିବା ସମୟରେ ବୈଭବ କୁମାର ତାଙ୍କୁ ୭-୮ ଥର ଚାପୁଡ଼ା ମାରିବା ସହ ତାଙ୍କ ଛାତି ଓ ପେଟକୁ ଗୋଇଠା ମାରିଥିବା ଅଭିଯୋଗ କରିଥିଲେ।

By Nirvay

Leave a Reply

Your email address will not be published. Required fields are marked *