୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ । ସମୀକ୍ଷା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଦେଇ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରକଳ୍ପ ପାଇଁ ମୋଟ ୬ହଜାର ୨୫୬କୋଟି ଟଙ୍କା ଖର୍ଚ୍ଚ ନେଇ ଅଟକଳ ହୋଇଛି । ନଭେମ୍ବର ୨୦୨୩ରୁ ଆଜି ସୁଦ୍ଧା ୪୬୦କୋଟି ଟଙ୍କା ଖର୍ଚ୍ଚ ସରିଛି। ପ୍ରକଳ୍ପ ପାଇଁ ଗଠିତ ହୋଇଥିବା ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ (ବିଏମଆରସି) ସହିତ ରାଜ୍ୟ ସରକାର ଓ ଦିଲ୍ଲୀ ମେଟ୍ରୋ ଏକାଠି ମିଶି କାମ କରୁଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ । ପ୍ରଥମେ ୨୬ କିମିରେ ଆରମ୍ଭ ହେବ ମେଟ୍ରୋ ଚଳାଚଳ । ପ୍ରଥମ ୨୦ଟି ଷ୍ଟେସନରେ ହେବ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା । ଏହାପରେ ୧୩ଟି ଟ୍ରେନ୍ ଚାଲିବ, ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ ।ଏଥିରେ ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ ।

ସେ ଆଉ ମଧ୍ୟ କହିଛନ୍ତି ଆବଶ୍ୟକୀୟ ୯୨ ଏକର ଜମି ମିଳିସାରିଛି, ଆଉ ୧୫ ଏକର ଖୁବଶୀଘ୍ର ଦିଆଯିବ । ମୋଟ୍ ୬ ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ନେଇ ଆକଳନ ହୋଇଛି । ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚ ରାଜ୍ୟ ସରକାର ସଂପୂର୍ଣ୍ଣ ବହନ କରିବେ । ଏହାପରେ କେନ୍ଦ୍ରର ସହାୟତା ଦରକାର କି ନାହିଁ ପରେ ଜଣାଯିବ ।

ସୂଚନଯୋଗ୍ୟ; ଭୁବନେଶ୍ୱର ଅଗ୍ରଗତି ନେଇ ଆରମ୍ଭ ହୋଇଥିବା ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ବର୍ତ୍ତମାନ ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ କେତେ ଆଗେଇଛି, କ’ଣ ଡିପିଆର ଅଛି, କିଏ ମେଟ୍ରୋ ରେଳ ପ୍ରକଳ୍ପ କାମ ନେଇଛି, କେତୋଟି ଷ୍ଟେସନ ହେବ ଏବଂ ଏହାକୁ କିପରି ଡିଜାଇନ କରାଯିବ, ଏହାସହ କେବେ ସୁଦ୍ଧା କାର୍ଯ୍ୟ ସରିବ ଏବଂ ଏଥିପାଇଁ ବଜେଟ୍ କେତେ ରହିଛି ତାହା ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ସାଂସଦ । ଏହି ସମୀକ୍ଷା ବୈଠକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଅଧିକାରୀ କଲ୍ୟାଣ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ ମେଟ୍ରୋ ଓ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ବହୁ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *