Bhakta Das injured during congress Sankalp Padh Yatra

ଆଜିଠୁ କଂଗ୍ରେସର ତିନି ଦିନିଆ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଛି । ଏହି ସଂକଳ୍ପ ପଦଯାତ୍ରା ମଙ୍ଗଳବାର ସକାଳ ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତା ।

ହେଲେ ଏୟାରପୋର୍ଟରୁ ରାଲି ବାହାରି ଶିଶୁଭବନ ଛକ ଆସିବାବେଳେ ଠେଲାପେଲାରେ ଆହତ ହୋଇଛନ୍ତି ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଦାସ ।

ଅଣନିଶ୍ୱାସୀ ହେବା ସହ ଡାହାଣ ହାତରେ ଆଘାତ ହେବା କାରଣରୁ ଭକ୍ତ ଦାସ ଙ୍କୁ କିଛି ସମୟ ପାଇଁ ଆମ୍ବୁଲାନ୍ସରେ ରଖାଯାଇଥିଲା ।

ଖବର ଅନୁଯାୟୀ, ଭୁବନେଶ୍ୱର ବିମାନବନ୍ଦରରୁ ପୁରୀ ଯାଏଁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ ତିନି ଦିନିଆ ସଂକଳ୍ପ ପଦଯାତ୍ରା କରିବ କଂଗ୍ରେସ ।

By Nirvay

Leave a Reply

Your email address will not be published. Required fields are marked *