ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା ଘଟଣାରେ ଓଡିଶା ଲିଙ୍କ ଥିବା ଜଣାପଡିଛି। ବେଙ୍ଗାଲୁରୁ ଭୟାଲିକାବାଲ ଅଞ୍ଚଳରେ ଜଣେ ୨୯ ବର୍ଷୀୟା ମହିଳାଙ୍କ ମୃତଦେହକୁ ୨୦ରୁ ଅଧିକ ଖଣ୍ଡ କରି ତାଙ୍କ ଘରେ ଫ୍ରିଜରେ ରଖାଯାଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ବେଙ୍ଗାଲୁରୁ ପୁଲିସ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଜଣେ ସନ୍ଦିଗ୍ଧଙ୍କୁ ଖୋଜୁଛି। ମହାଲକ୍ଷ୍ମୀ ଏକାକୀ ରହୁଥିବା ଭୟାଲିକାବାଲର ବିନାୟକ ନଗରରେ ଥିବା ଭଡ଼ାଘରୁ ଶନିବାର ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା।

ସନ୍ଦିଗ୍ଧ ଥିବା ଓଡ଼ିଶାର ଯୁବକ ହେଲେ ଭଦ୍ରକ ଧୁଷୁରୀ ଥାନା ଭୂଇଁପୁର ଗାଁର ମୁକ୍ତିରଞ୍ଜନ ରାୟ। ପୋଲିସର ସନ୍ଦେହ ଘେରରେ ଥିବାବେଳେ ଗତକାଲି ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ପଳାଇଥିଲେ। ବୁଧବାର କୁଳେଇପଦା ଶ୍ମଶାନଘାଟ ନିକଟରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୀର୍ଘ ବର୍ଷ ହେବ ବେଙ୍ଗାଲୁରୁରେ ଥିବା ବେଳେ ଘଟଣା ପରଠାରୁ ମୁକ୍ତିରଂଜନ ଫେରାର ହୋଇ ବୁଲୁଥିଲା। ଆରଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା । ଏ ସଂକ୍ରାନ୍ତରେ ଧୁଷୁରୀ ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *