ମେ ୧୧ ତାରିଖରୁ ଖୋଲିବ ବରଗଡ ଜିଲ୍ଲାରେ ଧାନ ମଣ୍ଡି । ଅତାବିରା ମାର୍କେଟୟାର୍ଡରୁ ରବି ଋତୁ ଧାନ କିଣା ଆରମ୍ଭ ହେବ । ଏ ନେଇ ଡିଏଲପିସି ବୈଠକରେ ତାରିଖ ଘୋଷଣା କଲେ ଜିଲ୍ଲାପାଳ ।

ସୂଚନା ଯୋଗ୍ୟ; ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଲପିସି ବୈଠକ ବସିଥିଲା । ଏଥିରେ ଚାଷୀ ପ୍ରତିନିଧି, ସ୍ଥାନୀୟ ବିଧାୟକ, ବିଜେଡ଼ି ବିଧାୟିକା ବର୍ଷା ସିଂ ବରିହା ପ୍ରମୁଖ ଯୋଗ ଦେଇଥିଲେ । ତେବେ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ୫୩ଟି ପ୍ୟାକ୍ସ ଜରିଆରେ ୧୮୩ ଟି ମଣ୍ଡିରେ ଧାନ କିଣା ବିକା ପ୍ରକ୍ରିୟା ଜିଲ୍ଲାର ସମସ୍ତ ବ୍ଲକରେ କରାଯିବାକୁ ନେଇ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି।

ଚଳିତବର୍ଷ ଖରିଫ ଧାନ ଉଠାଣକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଚାଷୀଙ୍କ ଧାନ ନ ଉଠିଥିବାରୁ ଦୀର୍ଘ ୪୭ ଦିନ ହେଲା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *