ଅଧାରୁ ଅଟକିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ବାରବାଟୀ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଅଧାରୁ ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି । ମ୍ୟାଚ ଅଧାରୁ ଲାଇଟ କଟିଯିବାରୁ ଅଟକିଲା ଖେଳ । ଲାଇଟ କଟିବା ନେଇ ରୋହିତ ଶର୍ମା ସହ ସମସ୍ତ ଦର୍ଶକ ନିରାଶ ହୋଇଥିବା ଦେଖିବାକୁ ମିଳିଛି। ଭାରତୀୟ ଇନିଂସର ଷଷ୍ଠ ଓଭର ପରେ ଫ୍ଲଡ୍ଲାଇଟ୍ସର କ୍ଲବ ଟାୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଚି। ଯାହା ଫଳରେ ଫଳରେ ମ୍ୟାଚ୍କୁ ବନ୍ଦ କରାଯାଇଛି । ଫ୍ଲଡ୍ଲାଇଟ୍ସ ଅନ୍-ଅଫ୍ ହେବା ଯୋଗୁଁ ଭାରତର ଦୁଇ ଓପନର ଶୁଭମନ୍ ଗିଲ୍ ଓ ରୋହିତ୍ ଶର୍ମା ଗଡ୍ଆଉଟକୁ ଫେରିଛନ୍ତି । ଏହି ଭଳି ଅଭାବନୀୟ ପରିସ୍ଥିତି ଯୋଗୁଁ ଦର୍ଶକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ସମୟ ପରେ ଫ୍ଲଡ୍ଲାଇଟ୍ସ ଅନ୍ ହେବା ପରେ ଖେଳ ଆରମ୍ଭ ହେଲା । କିନ୍ତୁ ଏ ଘଟଣା ଓଡ଼ିଶା ପାଇଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିବା ସହ OCA ର କାର୍ଯ୍ୟ ଶୈଳୀ ଓ କାର୍ଯ୍ୟ କ୍ଷମତା ଉପରେ ଘୋର ପ୍ରଶ୍ନବାଚୀ ସୃଷ୍ଟି କରିଛି । Post navigation ଛତିଶଗଡରେ ବଡ଼ ଏନକାଉଣ୍ଟର: ୨ ଯବାନ ସହିଦ ହୋଇଥିବା ବେଳେ ୩୧ ମାଓବାଦୀ ନିହତ ବାରବାଟୀରେ ଇଂଲଣ୍ଡକୁ ହରାଇ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ