ଗତକାଲି ଭଳି ଆଜି ବି ସିଭିଲ୍ ଏୟାରଲାଇନ୍‌କୁ ଢାଲ ଭାବେ ବ୍ୟବହାର କରୁଛି ପାକିସ୍ତାନ । ସିଭିଲ୍ ଏୟାରସ୍ପେଶ୍ ବନ୍ଦ ନ କରି ଡ୍ରୋନ୍‌ ଆଟାକ୍‌ କରୁଛି ପାକ୍‌ ।
 
ଜମ୍ମୁ କାଶ୍ମୀର, ପଠାନକୋଟ, ସାମ୍ବା ଏୟାରବେସ୍‌ ପାଖରେ ବାଜିଛି ସାଇରନ୍ । ଏହାକୁ ନଜରରେ ରଖି ଭାରତୀୟ ସେନା ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ କୁ ଆକ୍ଟିଭ କରିଛି । ଏହି ମିସାଇଲ ଜମ୍ମୁରେ ପାକିସ୍ତାନ ଡ୍ରୋନକୁ ଆକାଶରେ ଧ୍ୱଂସ କରିଦେଇଛି ।
 
ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜସ୍ଥାନର ଜୈସଲମେରରେ ମଧ୍ୟ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କରାଯାଇଥିବା ସୂଚନା ମିଳିଛି । ପଞ୍ଜାବ ଫିରୋଜପୁର ଜନବସତିରେ ଡ୍ରୋନ୍‌ ମାଡ଼ରେ ଏକ ପରିବାର ଆହତ ହୋଇଥିବା ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *