ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଜାତୀୟ ମାନବାଧିକାର କମିଶନ (NHRC) ବାଲିଅନ୍ତାରେ ଘଟିଥିବା ଗଣ ହିଂସା ମାମଲାର ତଦନ୍ତକୁ ତୀବ୍ର କରିଛି । ଘଟଣାସ୍ଥଳରୁ ଆମ୍ବୁଲାନ୍ସକୁ ଫେରାଇ ଦେଇଥିବା ଜଣାପଡ଼ିଛି। ଆଜି ଅଭିଯୋଗକାରୀ ମହିଳା ଏବଂ ଆହତ ପୀଡିତଙ୍କୁ ନ ନେଇ ଘଟଣାସ୍ଥଳରୁ ଫେରି ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି। ଡ୍ରାଇଭରଙ୍କ ବୟାନ ଅନୁଯାୟୀ ମେ’ ୭ରେ ଅଡ଼ସପୁର ମେଡିକାଲ୍ର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍ କରଥିଲେ । ୧୧ ଟା୦୬ରେ କଲ୍ କରିଥିଲେ, ୧୧ ଟା ୩୬ରେ ଦୁର୍ଘଟଣାସ୍ଥଳରେ ୧୦୮ ପହଞ୍ଚିଥିଲା। ଏହାପରେ ଘଟଣାସ୍ଥଳରେ ୧୦୮ ପହଞ୍ଚି କଲ୍ କରିଥିବା ବ୍ୟକ୍ତିଙ୍କୁ କଲ୍ କରିଥିଲେ । ଦୁର୍ଘଟଣାରେ ଶିକାର ଯୁବତୀ ମେଡିକାଲ୍ ପଳାଇଥିବା ନେଇ ବ୍ୟକ୍ତି ଜଣଙ୍କ କହିଥିଲେ । କିନ୍ତୁ ସେହି ସମୟରେ ସୌମ୍ୟଙ୍କ ହାତଗୋଡ଼ ବାନ୍ଧି ପଡ଼ିଆରେ ମାଡ଼ ମାରୁଥିବା ଜଣାପଡିଛି। ତେବେ ଆମ୍ବୁଲାନ୍ସ ଫେରାଇବା ପଛରେ ଷଡ଼ଯନ୍ତ୍ର ଅଛି କି ନାହିଁ ତନାଘନା କରୁଛି NHRC । ସେ ବ୍ୟକ୍ତି କିଏ ଓ କାହିଁକି ଆମ୍ବୁଲାନ୍ସ ଫେରାଇଦେଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। Post navigation BRICS Disaster Risk Reduction Working Group Meeting begins in Puri Ranjan Biswal Quits BJD: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ