କନ୍ଧମାଳ ଜିଲାରେ ଆମ୍ବ ଟାକୁଆ ଜାଉ ଖାଇବା ଘଟଣାଟି ଭାଜପା ସରକାର ସକାଶେ କଳାଦାଗ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘଟଣାର ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି । ଏହି ଘଟଣାରେ ଦୂଇଜଣଙ୍କର ମୃତ୍ୟୁ ଘଟିଛି। ଦୁଇଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଅନ୍ୟ ୪ ଜଣ ଚିକିତ୍ସିତ  ହେଉଛନ୍ତି । ବିଜେଡ଼ି ଏହାକୁ ନେଇ ପୁଣିଥରେ ମୋହନ ସରକାରଙ୍କୁ ଟାର୍ଗେଟ କରିଛି।

ଏହା ସହ ବିଜେପିକୁ ଟାର୍ଗେଟ କରି ବିଜେଡି କହିଛି, ମୋଦୀଙ୍କ ମାଗଣା ଚାଉଳ ଯୋଜନା ସତ୍ତ୍ୱେ କାହିଁ କି ଆଦିବାସୀ ପରିବାର ଆମ୍ବ ଟାକୁଆ ଉପରେ ନିର୍ଭର କରିବେ ? ମାଗଣାରେ ଚାଉଳ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ । କିନ୍ତୁ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ମାଗଣା ଚାଉଳ ଯୋଗାଇବା ଦାୟିତ୍ଵ ସରକାରଙ୍କର । ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଣ ବିଭାଗ ଚାଉଳ ବଣ୍ଟନ ଦାୟିତ୍ବରେ ଅଛି । କିନ୍ତୁ କନ୍ଧମାଳ ଜିଲ୍ଲାରେ ଯୋଗାଣ ବିଭାଗ ଲୋକଙ୍କୁ ଠିକ ସମୟରେ ମାଗଣା ଚାଉଳ ଦେବାରେ ଯେ ବିଫଳ ହୋଇଛନ୍ତି, ଏଥିରେ ସନ୍ଦେହ ନାହିଁ ।

ଅନ୍ୟପଟେ ଆମ୍ବ ଟାକୁଆ ଜାଉ ଖାଇ ଲୋକ ମୃତ୍ୟୁ ବରଣ କରିଥିବା ଘଟଣାକୁ ସମାଲୋଚନା କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଓ ଗିରଫ ଦାବି କରିଛି । ଏହି ଏହି ଘଟଣା ଓଡ଼ିଶାର ଭାବମୂର୍ତ୍ତିକୁ ଖରାପ କରିଛି ବୋଲି କହିବା ସହ ୨୦୨୪ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ବୋଲି ବିଜଦ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ବିଜଦ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କ‌ହିଛନ୍ତି ଯେ ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ କର୍ତ୍ତବ୍ୟ ନିର୍ବାହ କରିବାରେ ବିଫଳ ହୋଇଛନ୍ତି । ତେଣୁ ଅପରାଧୀକ ଅବହେଳା ପାଇଁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଅବଂ ଲୋକଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ଗିରଫ କରିବା ପାଇଁ ପଦକ୍ଷେପ ନିଆଯାଉ।

Leave a Reply

Your email address will not be published. Required fields are marked *