କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରାଧ୍ୟକ୍ଷାଙ୍କ ବିରୋଧରେ ଦିଆଗଲା ଅନାସ୍ଥା ଭୋଟ୍ । ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା।ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ୨୦ କାଉନ୍‌ସିଲର ଯଥା ବିଜେଡିର ୧୮, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ କାଉନସିଲରଙ୍କ ଭୋଟ ଦେଇଥିବା ବେଳେ ହାରିଲେ ସଂଯୁକ୍ତା । ପୌରାଧ୍ୟକ୍ଷାଙ୍କ ହାରିବା ପରେ ସମସ୍ତ କାଉନସିଲର ଏକତାର ବିଜୟ ବୋଲି କହିଛନ୍ତି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ।

ସୂଚନା ମୁତାବକ; କିଛି ଦିନ ତଳେ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ କାଉନସିଲର ଏକଜୁଟ ହୋଇ ପୌରପାଳିକା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଉପ-ନଗରପାଳଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଜିଲ୍ଲାପାଳଙ୍କ ଭେଟି ଦାବିପତ୍ର ଦେଇଛନ୍ତି କାଉନସିଲରମାନେ ।

Leave a Reply

Your email address will not be published. Required fields are marked *