ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର। ସେ କହିଛନ୍ତି, ବାହାର ଲୋକଙ୍କୁ ହଟାଅ, ଓଡ଼ିଆଙ୍କୁ ଆଣ। ଓଡ଼ିଶା ଫର ଓଡ଼ିଆ, ଅଫ ଓଡ଼ିଆ, ବାୟ ଓଡ଼ିଆ। ବାହାର ଲୋକ ଓଡ଼ିଶାରେ ଚାକିରି, ମାଇନିଂ ଓ ରାଜନୀତିକୁ ଅକ୍ତିଆର କରିଛନ୍ତି। ବିମାନ ବନ୍ଦରରେ ନୂତନ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତିଙ୍କ ସମେତ ବହୁ ବରିଷ୍ଠ ନେତା ଓ ବିଧାୟକଙ୍କ ଉପସ୍ଥିତିରେ ବାଇକ ରାଲି କରି କଂଗ୍ରେସ ଭବନକୁ ପ୍ରଭାରୀଙ୍କୁ ପାଛୋଟି ଆଣିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତା ଓ ବିଭିନ୍ନ କମିଟିର ସଦସ୍ୟଙ୍କ ସହ ସଂଗଠନ ଓ ଆସନ୍ତା ନିର୍ବାଚନ ରଣନୀତି ନେଇ ଆଲୋଚନା ହେବ। Post navigation ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ ସମ୍ବଲପୁର କ୍ରୀଡା କ୍ଷେତ୍ର ବିକାଶ ପାଇଁ ୧୨୦ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ