ଟ୍ୱିନସିଟିରେ ଦିନକୁ ଦିନ ବଢିଚାଲିଛି ଅପରାଧ,ଚୋରି,ଦୁର୍ଘଟଣା ମାମଲା । ସେଥିପାଇଁ ଟ୍ୱିନସିଟିକୁ ଜଗିବ ଏଆଇ କ୍ୟାମେରା। ଭୁବନେଶ୍ୱର କଟକରେ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା ଲାଗିବ। ଅପରାଧୀ ଓ ଟ୍ରାଫିକ୍ ନିୟମକୁ ଅମାନ୍ୟ କରୁଥିବା ଲୋକଙ୍କୁ ଧରାଯିବା ପାଇଁ ଏଭଳି ବ୍ୟବସ୍ଥା କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ।

ପୁଲିସ କମିଶନର କହିଛନ୍ତି ଭୁବନେଶ୍ୱର କଟକର ସୁରକ୍ଷାକୁ ଅଧିକ କଡ଼ାକଡି କରାଯିବ। ରାଜଧାନୀରେ ଶହେ କ୍ୟାମେରା ରହିଛି । ହେଲେ ରାଜଧାନୀରେ ଲୋକ ସଂଖ୍ୟା ବଢିଥିବାରୁ ଅଧିକ ଏଆଇ କ୍ୟାମେରା ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ଟେକ୍ନୋଲୋଜି ମାଧ୍ୟମରେ ଅପରାଧ କମାଇବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପେଟ୍ରୋଲିଂ ମଧ୍ୟ କଡ଼ାକଡ଼ି ହେବ। ଏହାବାଦ ମଧ୍ୟ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପେଟ୍ରୋଲିଂକୁ ଵ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରୀଟି ଗାର୍ଡ ମୁତୟନ ନେଇ ଗୁରୁତ୍ୱାରୋପ କରାଯାଇଛି ।

Leave a Reply

Your email address will not be published. Required fields are marked *