ଆଡ଼ପ ପହଣ୍ଡିରେ ଗୁରୁତର ତ୍ରୁଟି। ଏହି ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ ଦେଖାଦେଇଛି। ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ। ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁଯାଇଛି ପ୍ରତି ଓଡ଼ିଆଙ୍କ ମଥା।

ଏତେ ଖାମଖିଆଲ, ଏତେ ବେପରୁଆପଣ କାହିଁକି? ବାରମ୍ବାର ଅଘଟଣରୁ ବି କଣ କିଛି ଶିଖୁନାହାନ୍ତି ସେବାୟତ। ଗତବର୍ଷ ପ୍ରଭୁ ଜଗନ୍ନାଥ, ଆଉ ଏବର୍ଷ ବଡ଼ ଠାକୁର ପ୍ରଭୁ ବଳଭଦ୍ର। କାହା ଭୁଲରୁ ତାଳଧ୍ବଜ ରଥ ଉପରେ ଘଟିଗଲା ଏଭଳି ଅଘଟଣ। କାହିଁକି ଗଲାବର୍ଷର ଘଟଣାରୁ କିଛି ଶିଖିଲେନି ସେବାୟତ। ଆଉ କେତେ ଅଘଟଣ ଘଟିବ।

ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଆଲୋଡ଼ନ ଦେଖିବାକୁ ମିଳିଛି। ଏଥିପାଇଁ କେହି କେହି ସେବାୟତଙ୍କୁ ଦାୟୀ କରିଛନ୍ତି। ଓଡ଼ିଆ ଜାତିର ପ୍ରାଣ ମହାପ୍ରଭୁଙ୍କ ସହ ଏଭଳି ଭୁଲକୁ ଓଡ଼ିଶାବାସୀ ଗ୍ରହଣ କରିପାରିବେ ନାହିଁ। ଏ ଭୁଲରେ ଅଜାଣତରେ ହୋଇନି। କାହିଁକି ରଥ ଉପରେ ଅଧିକ ସେବାୟତ ଥିଲେ ବୋଲି ଓଡ଼ିଶାବାସୀ ତଥା ଜଗନ୍ନାଥପ୍ରେମୀ ପ୍ରଶ୍ନ କରିଛନ୍ତି। ଠାକୁରଙ୍କ ପ୍ରତି ଅଟେ ଅବହେଳା କାହିଁକି।

ସବୁବେଳେ ବାରମ୍ବାର ଭୁଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ତଦନ୍ତ କରିବାର ଅର୍ଥ କଣ। ଏତେ ସବୁ ପରେ ବି ଭୁଲର ପୁନରାବୃତ୍ତି ହେଉଛି। ହେଲେ କିଛି ଶିକ୍ଷା ମିଳୁନି। ଏସବୁ ଘଟଣା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି।

Leave a Reply

Your email address will not be published. Required fields are marked *