ମୁଖ୍ୟମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ିରେ ରହିବେ ମହିଳା ପୋଲିସ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ଅବରୋଧ ମାମଲା ପରେ ଚେତା ପଶିଛି। ସେପଟେ କେମିତି ସୁରକ୍ଷା ଭେଦିଲେ ମହିଳା, ସେ ନେଇ କମିଶନରେଟ ପୋଲିସର ଚାଲିଛି ତନାଘନା।

ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ପୂର୍ବରୁ ପାଇଲଟିଂ ଗାଡ଼ିରେ ରହିପାରନ୍ତି ମହିଳା ପୋଲିସ। କାର୍କେଡ଼କୁ ଜଣେ ମହିଳା ଅବରୋଧ କରିବା ପରେ ଏ ନେଇ ଯୋଜନା କରୁଛି କମିଶନରେଟ ପୋଲିସ। ସେପଟେ କେମିତି ସୁରକ୍ଷା ଭେଦ ଡେଇଁ ଭିତରକୁ ପଶିଲେ ମହିଳା ସେ ନେଇ ଆରମ୍ଭ ହୋଇଛି ଯାଞ୍ଚ। ମହିଳା ପୋଲିସ କର୍ମଚାରୀ ନଥିବାରୁ ସଂପୃକ୍ତ ମହିଳା କାର୍କେଡ଼ ଭିତରକୁ ଚାଲି ଆସିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *