କଟକ ଜିଲ୍ଲା ତ୍ରିଶୁଳିଆ କାଜିପାଟଣା ନିକଟରେ କୁଆଖିଆ ନଦୀ ପୋଲ ଉପରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍‌କୁ ପିଟିଦେଇଛି କାର୍‌। କାର୍‌ଟିକୁ ଧକ୍କା ଦେଲପରେ ବ୍ରିଜରୁ ତଳକୁ ଭାରାସାମ୍ୟ ହରାଇ ଖସି ପଡ଼ିଛି ଟ୍ରକ୍‌। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ସିରିଏଲ ସୁଟିଂ ସାରି କାରରେ କିଛି କଳାକାର ଘରକୁ ଫେରୁଥିଲେ। ଏହି ସମୟରେ ଉପରେ ବୀପରିତ ଦିଗରୁ ଆସୁଥିବା ଟ୍ରକ ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଟ୍ରକଟି ଭାରାସାମ୍ୟ ହରାଇ ବ୍ରିଜର ବାଡ଼ା ଭାଙ୍ଗି ପୋଲରୁ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କାର୍ ଓ ଟ୍ରକ୍ ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବାରଙ୍ଗ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି।

Leave a Reply

Your email address will not be published. Required fields are marked *