ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଦନ ସଂଶୋଧନ (SIR)-୨୦୨୬ ପାଇଁ ଭାରତ ନିର୍ବାଚନ ଆୟୋଗ (ECI) ଏକ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଭୋଟର ତାଲିକା ପାଇଁ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ବିବେଚନା କରି ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି।

କୌଣସି ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ଚଳିତ ଜୁଲାଇ ୦୫, ୨୦୨୬ ରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୯, ୨୦୨୬ ରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଯୋଗ୍ୟ ନାଗରିକମାନେ ନୂତନ ନାମ ପଞ୍ଜୀକରଣ କିମ୍ବା ସଂଶୋଧନ ପାଇଁ ଆବେଦନ କରିପାରିବେ।

ସେହିପରି ଜୁଲାଇ ୦୫ ଠାରୁ ସେପ୍ଟେମ୍ବର ୧୭, ୨୦୨୬ ମଧ୍ୟରେ ଦାଖଲ ହୋଇଥିବା ସମସ୍ତ ଆପତ୍ତି ଓ ଦାବିର ଯାଞ୍ଚ କରାଯାଇ ସେଗୁଡ଼ିକର ଚୂଡ଼ାନ୍ତ ସମାଧାନ କରାଯିବ। ଏହାପରେ ଆସନ୍ତା ସେପ୍ଟେମ୍ବର ୨୧, ୨୦୨୬ ରିଖରେ ସଂଶୋଧିତ ତଥ୍ୟ ସହ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ।

ଏହି ସ୍ୱତନ୍ତ୍ର ସଘନ ସଂଶୋଧନରେ ଘର ଘର ଯାଞ୍ଚ ଅନ୍ତର୍ଭୁକ୍ତ ଏବଂ ଅଯୋଗ୍ୟ ନାମକୁ ବାଦ ଦେବା ସହିତ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି। ନାଗରିକମାନଙ୍କୁ ସେମାନଙ୍କ ସ୍ଥାନୀୟ ମତଦାନ କେନ୍ଦ୍ରରେ କିମ୍ବା ସରକାରୀ ପୋର୍ଟାଲ୍ ମାଧ୍ୟମରେ ଡ୍ରାଫ୍ଟ ତାଲିକା ଯାଞ୍ଚ କରିବାକୁ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମର୍ଥନକାରୀ ଡକ୍ୟୁମେଣ୍ଟ ସହିତ ଦାବି କିମ୍ବା ଆପତ୍ତି ଦାଖଲ କରିବାକୁ ଉତ୍ସାହିତ କରାଯାଉଛି।

 

Leave a Reply

Your email address will not be published. Required fields are marked *