ଦେଶର ଚାଷୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟ୍‌ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଉ ୫ ବର୍ଷ ବଢିଲା ପିଏମ୍ କିଷାନ ଯୋଜନା । ୨୦୩୦-୩୧ ଯାଏ ପିଏମ୍ କିଷାନ ଯୋଜନାକୁ ବୃଦ୍ଧି କରାଯାଇଛି ।  ବର୍ଦ୍ଧିତ ଅବଧି ମଧ୍ୟରେ ଯୋଜନା ବାବଦରେ ମୋଟ ୩.୧୫ ଲକ୍ଷ କୋଟି ଟଙ୍କା ଆର୍ଥିକ ବ୍ୟୟ କରାଯିବ।

ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ଦେଶର ଚାଷୀମାନଙ୍କୁ ୪.୪୨ ଲକ୍ଷ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇସାରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର କୋଟି କୋଟି କୃଷକ ଉପକୃତ ହେବା ସହ କୃଷି କ୍ଷେତ୍ରକୁ ଆହୁରି ମଜବୁତ ବୋଲି ଆଶା କରାଯାଉଛି।

 

Leave a Reply

Your email address will not be published. Required fields are marked *