ସମୁଦ୍ର ମନ୍ଥନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଉପକୂଳ ସୁରକ୍ଷା ଏବଂ ସାମୁଦ୍ରିକ ଗବେଷଣା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା ‘ସମୁଦ୍ର ମନ୍ଥନ’କୁ କେନ୍ଦ୍ର କ୍ୟାବିନେଟ୍‌ ଆଜି ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସାମୁଦ୍ରିକ ସମ୍ପଦର ଚିହ୍ନଟ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ଲକ୍ଷ୍ୟରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ମେଗା ପ୍ରକଳ୍ପକୁ ଆଗାମୀ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ଯୋଜନାର ସଫଳ କାର୍ଯ୍ୟାନ୍ବୟନ ପାଇଁ ପାଇଁ ୮୪ ହଜାର ୮୪ କୋଟି ବ୍ୟୟବରାଦ କରାଯାଇଛି।

Leave a Reply

Your email address will not be published. Required fields are marked *