ଆଜି ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ଏହି ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟର ପ୍ରଗତି ଏବଂ ଜନକଲ୍ୟାଣ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଯାଇଛି। ଏହି ସାକ୍ଷାତକାର ନେଇ ଉଭୟ ନେତା ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ଏହି ସାକ୍ଷାତର ଫଟୋ ସେୟାର କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଆଜି ତାଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ରାଜ୍ୟର ସାମଗ୍ରିକ ବିକାଶ, ଜନସାଧାରଣଙ୍କ କଲ୍ୟାଣ ଏବଂ ଅନ୍ୟାନ୍ୟ ପ୍ରମୁଖ ବିଷୟକୁ ନେଇ ଦୁହିଁଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଛି। ସେହିପରି ସାଂସଦ ଦିଲ୍ଲୀପ ରାୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାକୁ ବେଶ୍ ଫଳପ୍ରଦ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, “ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକ୍ଷମ ନେତୃତ୍ୱରେ ଓଡ଼ିଶା ବିକାଶ, ସୁଶାସନ ଏବଂ ସମସ୍ତଙ୍କ ସହଭାଗିତାରେ ନୂଆ ସଫଳତା ହାସଲ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ଏଥିସହିତ ଓଡ଼ିଶାବାସୀଙ୍କ ସେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟରେ ଏକ ନୂତନ ସରକାର କାର୍ଯ୍ୟ କରୁଥିବା ବେଳେ ବରିଷ୍ଠ ନେତା ତଥା ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏହି ଭେଟଘାଟ ଆଗାମୀ ଦିନରେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। Post navigation Pitabas Panda Murder Case: ପୀତାବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଶୁଣାଣି ଶେଷ, ରାୟ ସଂରକ୍ଷିତ CM Mohan Majhi Meets Amit Shah in Delhi, Seeks Centre’s Support for Viksit Odisha