ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ ଓଡ଼ିଶାର ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟରେ ବର୍ଷା ସ୍ଥିତି ଓ ମୁକାବିଲା ନେଇ ସାମ୍ବାଦିକ ସମ୍ମିଳନୀରେ ରାଜସ୍ବ ମନ୍ତ୍ରୀ କହିଛନ୍ତି ସରକାର ସମସ୍ତ ନଦୀର ଜଳସ୍ତର ଉପରେ କଡ଼ା ନଜର ରଖିଛନ୍ତି ଏବଂ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୪୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ଅଧିକ। ଏହା ସହିତ ରାଜ୍ୟର ୮ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାରୁ କିଛି ନଦୀର ଜଳସ୍ତର ବଢ଼ିଛି। ଏଥି ସହିତ ହୀରାକୁଦ ଡ୍ୟାମ୍ର ମାତ୍ର ୨ଟି ଗେଟ୍ ଖୋଲା ଅଛି ।ନରାଜରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, ଚିନ୍ତାର କାରଣ ନାହିଁ । ଜଳକା ଛାଡ଼ିଦେଲେ ମହାନଦୀ, ବୈତରଣୀ, ସାଳନ୍ଦୀ ବିପଦ ସଙ୍କେତ ତଳେ ରହିଛି । ସୁନ୍ଦରଗଡ଼, ବାଲେଶ୍ବର ଓ ଭଦ୍ରକରେ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ। ସ୍ଥାନାନ୍ତର ମଧ୍ୟ ଆରମ୍ଭ ହୋଇଗଲାଣି, ରନ୍ଧା ଖାଦ୍ୟ ବଣ୍ଟନ ହେଉଛି ବୋଲି ସୁରେଶ ପୂଜାରୀ କହିଛନ୍ତି । Post navigation CJP आंदोलन पर सुप्रीम कोर्ट का फैसला, पुलिस की ज्यादतियों की स्वतंत्र जांच की मांग संसद में एंटी पेपर लीक बिल पर चर्चा; छात्रों के कल्याण के प्रति सरकार ने जताई प्रतिबद्धता