ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେଲା । ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ ୩ ଜିଲାକୁ ରେଡ ଆଲର୍ଟ କରାଯାଇଥିବା ବେଳେ ୧୫ ଜିଲାକୁ ଅରେଞ୍ଜ, ୧୨ ଜିଲାକୁ ୟେଲୋ ଆଲର୍ଟ ଜାର କରାଯାଇଛି।

Leave a Reply

Your email address will not be published. Required fields are marked *