ହେଲିକପ୍ଟର ବୁଲା ଓ ଆର୍ଥିକ ଅନିୟମିତତା ମାମଲାରେ ଆଜି ନିଜ ଓକିଲଙ୍କ ଜରିଆରେ କୋର୍ଟରେ ପକ୍ଷ ରଖିଲେ ଭି.କେ. ପାଣ୍ଡିଆନ। ୨୦୧୯ରୁ ୨୦୨୪ ମଧ୍ୟରେ ସରକାରୀ ପାଣ୍ଠି ଖର୍ଚ୍ଚ କରି ବେଆଇନ ଭାବେ ହେଲିକପ୍ଟରରେ ବୁଲିଥିବା ଅଭିଯୋଗକୁ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ ନିକଟରେ ପକ୍ଷ ରଖିବା ସହ ମାମଲାକୁ ଖାରଜ ପାଇଁ ନିବେଦନ କରିଛନ୍ତି ପାଣ୍ଡିଆନ।

ସୂଚନା ଅନୁଯାୟୀ; ପୂର୍ବତନ ବିଜେଡି ସରକାର ସମୟରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଅଭିଯୋଗ ପତ୍ର ସଂଗ୍ରହ ନାମରେ ବହୁଳ ଭାବେ ହେଲିକପ୍ଟର ବ୍ୟବହାର କରାଯାଇଥିଲା, ଯାହାକି ରାଜକୋଷର ଦୁରୁପଯୋଗ ବୋଲି ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *