ଆଜି ହେଉଛି ହେରା ପଞ୍ଚମୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି । ନବଦିନାତ୍ମକ ଘୋଷଯାତ୍ରାରେ ଯାଇ ମାଉସୀ ମା ଘରେ ଅଛନ୍ତି ତିନି ଠାକୁର । କିନ୍ତୁ ଜନ୍ମବେଦୀକୁ ଆସିବା ବେଳେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ଅଭିମାନ କରିଛନ୍ତି ମା’। ଏଥିପାଇଁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଫେରାଇ ଆଣିବା ପାଇଁ ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ ଅଭିମାନିନୀ ମା ଲକ୍ଷ୍ମୀ । ହେଲେ ମାଉସୀ ମାଙ୍କ ଘରେ ୯ ଦିନ ରହି ପୋଡ ପିଠା ଖାଇବା ପରେ ଶ୍ରୀମନ୍ଦିର ଫେରିବେ ବୋଲି କହିବେ ପ୍ରଭୁ କାଳିଆ ଠାକୁର । ଯେଉଥିରେ ରାଗିଯାଇ ଫେରିଲା ବେଳକୁ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଇଯିବେ ମା ଲଷ୍ମୀ ।  ସ୍ୱାମୀ ସ୍ତ୍ରୀଙ୍କର ଏହି କଳିକୁ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

Leave a Reply

Your email address will not be published. Required fields are marked *