Amartya Bhattacharyya, Lahari,
ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଛି । ଏଥିରେ ୨୦୨୪ ବର୍ଷର ଭାରତୀୟ ସିନେମାର ଶ୍ରେଷ୍ଠ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି ।
 
ଏହି ତାଲିକାରେ ଓଡ଼ିଆ ଫିଲ୍ମ ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଛି । ଯାହାକୁ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା କରିଛନ୍ତି । ଏହି ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ଼ ସଫଳତା ।
 
ସାମାଜିକ ଜୀବନର ମୂଳ ତତ୍ତ୍ୱ ସହ ନିଜକୁ ଯୋଡି ରଖିବା ଓ ବାପ ପୁଅର ସମ୍ପର୍କ ଉପରେ ଆଧାରିତ କାହାଣୀ ହେଉଛି ‘ଲହରୀ’ । ହସର ଲହରୀ ଓ ଲୁହର ଲହରୀ ସହିତ ବାସ୍ତବଜୀବନର ଅନେକ ଉତ୍ଥାନ ପତନକୁ ଏଥିରେ ଚିତ୍ରିତ କରାଯାଇଛି । ପୂର୍ବରୁ, ଫିଲ୍ମଟି କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି

By Nirvay

Leave a Reply

Your email address will not be published. Required fields are marked *