2 Deaths During Ratha Jatra; Odisha Human Rights Commission Seeks Report
ପୁରୀ ଶ୍ରୀମନ୍ଦିରେ ଅନୁଷ୍ଠିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ୨ ଜଣଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ – OHRC ।
 
ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦାଖଲ କରିଥିବା ଆବେଦନକୁ ବିଚାର କରି କମିଶନ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଏନେଇ ବିସ୍ତୃତ ଜବାବ ତଲବ କରିଛନ୍ତି ।
 
ଆହତ ଶ୍ରଦ୍ଧାଳୁମାନଙ୍କୁ ଯଥାଶୀଘ୍ର ସଠିକ୍ ଓ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
 
ଏହା ସହିତ ଆସନ୍ତା ବାହୁଡ଼ା ଯାତ୍ରା ସମୟରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଓ SPଙ୍କୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
 
ରଥଯାତ୍ରା ଦିନ ଭିଡ଼ ଓ ଅଣନିଃଶ୍ବାସୀ ହୋଇ ଜଣଙ୍କର ଏବଂ ହୃଦଘାତରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ଅନେକ ଶ୍ରଦ୍ଧାଳୁ ଆହତ ମଧ୍ୟ ହୋଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *