ପୁରୀ ଶ୍ରୀମନ୍ଦିରେ ଅନୁଷ୍ଠିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ୨ ଜଣଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ – OHRC । ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦାଖଲ କରିଥିବା ଆବେଦନକୁ ବିଚାର କରି କମିଶନ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଏନେଇ ବିସ୍ତୃତ ଜବାବ ତଲବ କରିଛନ୍ତି । ଆହତ ଶ୍ରଦ୍ଧାଳୁମାନଙ୍କୁ ଯଥାଶୀଘ୍ର ସଠିକ୍ ଓ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଆସନ୍ତା ବାହୁଡ଼ା ଯାତ୍ରା ସମୟରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଓ SPଙ୍କୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ଦିନ ଭିଡ଼ ଓ ଅଣନିଃଶ୍ବାସୀ ହୋଇ ଜଣଙ୍କର ଏବଂ ହୃଦଘାତରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ଅନେକ ଶ୍ରଦ୍ଧାଳୁ ଆହତ ମଧ୍ୟ ହୋଇଥିଲେ । Post navigation Municipal Elections: ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ