ଦେୟମୁକ୍ତ ହେବ ୟୁପିଏସସି ସିଭିଲ୍‌ ସର୍ଭିସ୍‌ ରେସିଡେନ୍‌ସିଆଲ୍‌ କୋଚିଂ । ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କୁ ମିଳିବ ମାଗଣାରେ ତାଲିମ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି । କାଲିଠାରୁ ୧୯ ତାରିଖ ମଧ୍ୟରେ ଆବେଦନ କରିପାରିବେ ଆଶାୟୀ ।

୨୦୦ ଆଶାୟୀଙ୍କୁ ଏହି ସୁଯୋଗ ମିଳିବ । ଆଶାୟୀ ପରୀକ୍ଷାର୍ଥୀଙ୍କୁ ୧୧ ମାସ ଯାଏ ପ୍ରିଲିମ୍ସ ଏବଂ ମେନ୍ ପରୀକ୍ଷା ପାଇଁ କୋଚିଂ ଦିଆଯିବ । ସେମାନଙ୍କ ପାଇଁ ନିଶୁଳ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ହେବ । ଏଥିପାଇଁ ଆଶାୟୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଉଚ୍ଚ ଶିକ୍ଷା ବିଭାଗର ୱେବ୍ ସାଇଟ୍ www.dhe.gov.in ଏବଂ www.samsodisha.gov.in ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ପାଇ ପାରିବେ ।

ଆସନ୍ତାକାଲିଠାରୁ ଅନ୍ ଲାଇନ୍ ଆବେଦନ ଆରମ୍ଭ ହେବ । ଏଥିପାଇଁ ଜୁନ୍ ୮ ତାରିଖ ପୂର୍ବାହ୍ନ ୧୧ଟାରେ ସାମ୍ସ ପୋର୍ଟାଲରେ ଆବେଦନ ଫର୍ମ ଉପଲବ୍ଧ ହେବ । ଜୁନ୍ ୧୯ ରାତ୍ର ୧୧.୪୫ ପର‌୍ୟ୍ୟନ୍ତ ଆବେଦନର ଶେଷ ତାରିଖ ରହିଛି । ଜୁନ୍ ୨୪ ତାରିଖ ବୁଧବାର ଆର୍ଡମିଟ୍ କାର୍ଡ ଉପଲବ୍ଧ ହେବ । ଏହା ପରେ ଜୁନ୍ ୨୮ ତାରିଖ ରବିବାର ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *