ଦିଲ୍ଲୀ ଗସ୍ତ ସାରି ଫେରିଲେ ନବୀନ ପଟ୍ଟନାୟକ । ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିମାନବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ ଜୋରଦାର ସ୍ୱାଗତ କରାଯାଇଛି। ଅନ୍ୟପଟେ ବ୍ୟକ୍ତିଗତ କାର୍ଯ୍ୟରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିଲେ ବୋଲି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଥିବା ବେଳେ ଗତ ୨ ତାରିଖରୁ ସେ ଦିଲ୍ଲୀ ଯାଇଥିବା ବେଳେ ଏହାକୁ ନେଇ ଅନେକ ରାଜନୈତିକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଗୋଟିଏ ପଟେ ଦଳରୁ ଜଣକ ପରେ ଜଣେ ନେତା ବିଦାୟ ନେଉଥିବା ବେଳେ ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ବେଶ୍ ଚର୍ଚ୍ଚାରେ ରହିଛି। Post navigation Godabarish Mishra School Scheme: ୨୦୪ଟି ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ NEET-UG Exam: ନିଟ୍ ୟୁଜି ପରୀକ୍ଷା ପାଇଁ ଏନଟିଏ ଜାରି କଲା ସହର ତାଲିକା