ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ବିବାଦ ଘେରକୁ ଆସିଛନ୍ତି ୧୯୯୮ ବ୍ୟାଚର ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାର। ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ ପାଇଁ ଚିଠି କରାଯାଇଛି। NHRCରେ ଦାଖଲ ଅଭିଯୋଗ ଆଧାରରେ ବରିଷ୍ଠ IPS ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ହୋଇଛି । ଅତିରିକ୍ତ ଡିଜି ଅରୁଣ ବୋଥ୍ରା ସହଯୋଗୀ ଅତିରିକ୍ତ ଡିଜିଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ କଠିନ କାର୍ଯ୍ୟ ନ୍ୟସ୍ତ କରାଯାଇଛି । ସୌମ୍ୟଙ୍କ ମା ADG ଦୟାଲ ଗଙ୍ଗୱାରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ADGଙ୍କ ଘର କାମ ସହ ପୁଅ ମାଲିସ୍ କରୁଥିବା କହିଥିଲେ ସୌମ୍ୟଙ୍କ ମାଆ । Post navigation LPG Price Hike: ୨୯ ଟଙ୍କା ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର Major Odisha Police Reshuffle: ବଦଳିଲେ ୪୩ ଜଣ ପୋଲିସ ଇନସ୍ପେକ୍ଟର