ନିଳାଦ୍ରୀ ବିଜେ ପରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଏ ନେଇ ଆଜି ପରିଚାଳନା କମିଟି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଛନ୍ତି ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନିଳାଦ୍ରୀ ବିଜେ ପରେ କେଉଁ ତିଥିରେ ଆରମ୍ଭ ହେବ ସରକାରଙ୍କୁ ସୂଚନା ଦେବୁ । ଅଳଙ୍କାରଗୁଡ଼ିକର ସୁଗମ ଉଦ୍ଭାବନ ପାଇଁ ବିଦ୍ୟମାନ ମାନକ କାର୍ଯ୍ୟ ପ୍ରକ୍ରିୟା (SOP) ରେ କିଛି ପରିବର୍ତ୍ତନ ଆବଶ୍ୟକ ରହିଛି। ଭିତର ରତ୍ନଭଣ୍ଡାର ରେ ଥିବା ପୁରୁଣା ଆଲମିରା ଗୁଡ଼ିକ ବାହାରକୁ ଆସିବ। ଏହା ସହ ସେ ଆଉ ମଧ୍ୟ କହିଛନ୍ତି ଇସ୍କନର ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରାର ରୀତିନୀତି ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପୁରୀ ମନ୍ଦିର ପରିଷଦ । Post navigation Youth Suicide Inside Collector’s Office: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍ରୁ ଝୁଲନ୍ତା ମୃତଦେହ ଉଦ୍ଧାର Heat Wave in Odisha: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ; ୪୧ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରରେ ତାପମାତ୍ରା