ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର । ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୨ ପଇସା ବଢ଼ିଲା। ବର୍ଦ୍ଧିତ ଇନ୍ଧନ ମୂଲ୍ୟ ଏବଂ ପରିବହନ ଅପରେଟରମାନେ ସମ୍ମୁଖୀନ ହେଉଥିବା ପରିଚାଳନା ଖର୍ଚ୍ଚ ମଧ୍ୟରେ ଏହି ଭଡ଼ା ବୃଦ୍ଧି କରାଯାଇଛି।

ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଥିବା ବେଳେ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ହୋଇଛି।

Leave a Reply

Your email address will not be published. Required fields are marked *