ନୟାଗଡ଼ର କାଣୀପଡ଼ା ଜଙ୍ଗଲରେ ମହୁ ସଂଗ୍ରହ କରୁଥିବା ବେଳେ ଏକ ଅସହାୟ ସ୍ଥିତିରେ ରହିଥିବା ଜଣେ ୧୪ ବର୍ଷର ନାବାଳକକୁ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପଥର ଭିତରୁ ଉଦ୍ଧାର କରାଯାଇଛି । ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ଅତି ସଫଳତାର ସହ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡ଼ିଆ ପୋଷ୍ଟ ‘ଏକ୍ସ’ରେ କହିଛନ୍ତି, ଏଭଳି ଜଟିଳ ପରିସ୍ଥିତିରେ ଉଦ୍ଧାରକାରୀ ଦଳ ଯେଉଁ ଅଦମ୍ୟ ସାହସ ଓ ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ। ସରକାରଙ୍କ ପାଇଁ ରାଜ୍ୟର ପ୍ରତିଟି ଜୀବନର ସୁରକ୍ଷା ଓ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିପତ୍ତି ସମୟରେ ଏହି ତତ୍ପରତା ଓ ସମୟୋଚିତ ପଦକ୍ଷେପ ହିଁ ଏକ ଦକ୍ଷ ପ୍ରଶାସନର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମେ କେବଳ ସଙ୍କଳ୍ପ କରୁନାହୁଁ, ବରଂ ପ୍ରତିଟି ସଙ୍କଟରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁରକ୍ଷା କବଚ ସାଜିବାକୁ ପ୍ରତିବଦ୍ଧ। Post navigation Minor Boy Rescued: ମହୁ ସଂଗ୍ରହ ବେଳେ ପଥର ଫାଟରେ ଫସିଥିବା ନାବାଳକ ଉଦ୍ଧାର ଭିଜନରୁ ଆକ୍ସନ; ଭାରତର ପୂର୍ବାଞ୍ଚଳ ଅଭିବୃଦ୍ଧିର ଅଭିଯାନ ଅହମ୍ମଦାବାଦରୁ ଆରମ୍ଭ