ରାଜ୍ୟସଭା ସାଂସଦ ରାଘବ ଚଢା ଆଜି ଆମ ଆଦମୀ ପାର୍ଟି (ଆପ) ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଆପ ନେତୃତ୍ୱ ସହିତ ଖୋଲା ମତଭେଦ ପରେ ଏହି ପଦକ୍ଷେପ ନିଆଯାଇଛି। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ଉପସ୍ଥିତିରେ ଦିଲ୍ଲୀ ବିଜେପି ପାର୍ଟି ଅଫିସ ଯାଇ ସାମିଲ ହୋଇଛନ୍ତି ରାଘବ ଚଢାଙ୍କ ସହ ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକ । ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ନିଷ୍ପତ୍ତି ଘୋଷଣା କରି ଚଢା କହିଛନ୍ତି ଯେ ଦଳ ଏହାର ପ୍ରତିଷ୍ଠାତା ନୀତିରୁ ଦୂରେଇ ଯାଇଛି। “ଆମ ଆଦମୀ ପାର୍ଟି, ଯାହାକୁ ମୁଁ ମୋର ରକ୍ତ ଏବଂ ଝାଳ ଦେଇ ପାଳନ କରିଥିଲି ଏବଂ ଯାହାକୁ ମୁଁ ମୋର ଯୌବନର ୧୫ ବର୍ଷ ଦେଇଥିଲି, ତାହା ଏବେ ଏହାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୈତିକତାରୁ ସମ୍ପୂର୍ଣ୍ଣ ବିଚ୍ୟୁତ ହୋଇଯାଇଛି। ଦଳ ଆଉ ଦେଶ ପାଇଁ କିମ୍ବା ଜାତୀୟ ସ୍ୱାର୍ଥ ପାଇଁ କାମ କରୁନାହିଁ, ବରଂ ବ୍ୟକ୍ତିଗତ ଲାଭ ପାଇଁ କାମ କରୁଛି। ସେ ଆଉ ମଧ୍ୟ କହିଛନ୍ତି ରାଜ୍ୟସଭାରେ AAPର ୧୦ ଜଣ ସାଂସଦ ଅଛନ୍ତି, ସେମାନଙ୍କ ମଧ୍ୟରୁ ୭ ଜଣ ଆମ ସହିତ ଅଛନ୍ତି। ଆମେ ସ୍ୱାକ୍ଷରିତ ଚିଠି ଅଧ୍ୟକ୍ଷଙ୍କୁ ଦେଇଛୁ। ଯେହେତୁ ୧୦ ଜଣରୁ ୭ ଜଣ (ଦୁଇ-ତୃତୀୟାଂଶ) ସାଂସଦ ଏହି ନିଷ୍ପତ୍ତି ନେଇଛନ୍ତି, ତେଣୁ ସମ୍ବିଧାନର ‘ଦଳବଦଳ ବିରୋଧୀ ଆଇନ’ ଅନୁଯାୟୀ ସେମାନଙ୍କ ସଦସ୍ୟତା ରଦ୍ଦ ହେବ ନାହିଁ । ଏହି ମିଶ୍ରଣ ଫଳରେ ରାଜ୍ୟସଭାରେ ବିଜେପି ଏବଂ NDAର ସଂଖ୍ୟା ଗରିଷ୍ଠତା ଆହୁରି ବୃଦ୍ଧି ପାଇବ । Post navigation Bargarh Paddy Mandi Open: ମେ ୧୧ ତାରିଖରେ ବରଗଡ ଖୋଲିବ ଧାନ ମଣ୍ଡି RBI Cancels Paytm Payments Bank Licence: ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲାଇସେନ୍ସ ରଦ୍ଦ କଲା RBI