ନୂଆଦିଲ୍ଲୀ ଅଭିମୁଖେ ଉଡ଼ୁଥିବା ବିମାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ରାଜ୍ୟର ମୁଖ୍ୟ ଆଇନ ପରାମର୍ଶଦାତା ତଥା ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟଙ୍କ ସେଲ୍ଫିକୁ ନେଇ ଆଜି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି । ରାଜନୀତିରେ ପରସ୍ପରକୁ ବିରୋଧ କରୁଥିଲେ ମଧ୍ୟ ଦୁଇ ନେତା ଗୋଟିଏ ବିମାନରେ ଆଖପାଖ ସିଟରେ ବସି ଦିଲ୍ଲୀ ଯାତ୍ରା କରୁଥିବା ସମୟର ଫୋଟୋ ପିତାମ୍ବର ଆଚାର୍ଯ୍ୟ ନିଜ ଏକ୍ସ ଏକାଉଣ୍ଟ ରେ ସେୟାର କରିଛନ୍ତି । କହିରଖୁଛୁ ଯେ, ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବା ପାଇଁ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଯାଇଛନ୍ତି । Post navigation OTET Exam 2026: OTET ଆବେଦନ ପାଇଁ ତାରିଖର ସମୟ ସୀମା ବୃଦ୍ଧି