indias-first-digital-census-begins-today
ଆଜିଠୁ ଦେଶରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଭାରତ ସରକାରଙ୍କ ସ୍ୱୟଂ-ଗଣନାରେ ସାମିଲ ହୋଇଛନ୍ତି ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ଓଡିଶା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ‘ସ୍ଵ-ଗଣନା’ ପୋର୍ଟାଲରେ ନିଜ ତଥ୍ୟ ପ୍ରଦାନ କରି ‘ଜନଗଣନା -୨୦୨୭’ ରେ ଅଂଶଗ୍ରହଣ କରିଛନ୍ତି ।
 
ପ୍ରଥମ ଥର ପାଇଁ ଡିଜିଟାଲ ମୋଡ୍‌ରେ ଜନଗଣନା ହେଉଛି । ଏହି ପ୍ରକ୍ରିୟା ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ହିନ୍ଦୀ ଓ ଇଂରାଜୀ ସମେତ ୧୬ଟି ଭାଷାରେ ଉପଲବ୍ଧ ‘ସ୍ଵ-ଗଣନା’ ଅନଲାଇନ ପ୍ରକ୍ରିୟା ୦୧ ଏପ୍ରିଲରୁ ୧୫ ଏପ୍ରିଲ (ମଧ୍ୟରାତ୍ରି), ୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ମେ ୧ରୁ ମେ ୩୦ ପର୍ଯ୍ୟନ୍ତ ଗୃହଗଣନା କାର୍ଯ୍ୟ କରିବେ ।
 
ଜନଗଣନା ୨୦୨୭’ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସରକାରଙ୍କ ପକ୍ଷରୁ ‘ସ୍ୱ-ଗଣନା’ ସୁବିଧା ଉପଲବ୍ଧ କରାଯାଇଛି । ଘରେ ବସି ନିଜେ https://se.census.gov.in ମାଧ୍ୟମରେ ନିଜର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିପାରିବେ ।

By Nirvay

Leave a Reply

Your email address will not be published. Required fields are marked *