କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ କେସିଙ୍ଗା ପୋଲିସ ପକ୍ଷରୁ ଚାଲିଛି ଚଢାଉ କରାଯାଇଛି । ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ହତ୍ୟା ଧମକ ଅଭିଯୋଗରେ ପୋଲିସ ଆଜି ଚଢାଉ କରିଥିଲା । ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଉପରେ ବର୍ଷିଲେ ନର୍ଲା ବିଧାୟିକା ମନୋରମା ମହାନ୍ତି ।

ବିଧାୟିକା ମନୋରମା ମହାନ୍ତି କହିଛନ୍ତି ଭୁବନେଶ୍ବର ସରକାରୀ କ୍ୱାର୍ଟର୍ସରେ ବିନା ସୂଚନାରେ ପୋଲିସ କାହିଁକି ଆସିଲା  । ସହାୟିକା ଓ ଝିଅକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଅଭିଯୋଗ । ଭାଗ୍ୟ ଭଲ ମୁଁ ନ ଥିଲି, ଥିଲେ ମୁଁ ପୋଲିସକୁ ଚାପୁଡ଼ା ମାରି ଥାଆନ୍ତି । 

ଏହା ସହ ବିଧାୟିକା ମନୋରମା ମହାନ୍ତି କହିଛନ୍ତି ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଭୋଟ୍ ଦେବା ପାଇଁ ଚାପ ପକାଉଥିଲା। ସେ ଭୋଟ୍ ନ ଦେବାରୁ ଉଦ୍ଦେଶ୍ୟମୂଳକ ଭାବେ ସ୍ୱାମୀଙ୍କ ନାଁରେ ମିଛ ମାମଲା ରୁଜୁ କରି ମାନସିକ ନିର୍ଯାତନା ଦିଆଯାଇଛି । ଏହା ସହ ଘରେ ଥିବା ରୋଷେୟା ଗାଧୋଇ ବାଥରୁମରୁ ବାହାରି ପୋଷାକ ବଦଳାଉଥିବା ବେଳେ ଘରେ ପୋଲିସ ପଶିଥିବା ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *