ନାବାଳିକାକୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ । ଘରେ କାମ କରୁଥିବା ନାବାଳିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା। ଭୁଲ୍ ହେବାରୁ ନିର୍ଘାତ ମାଡ଼ ମାରୁଥିଲେ ଘର ମାଲିକାଣୀ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି କିଛି ଅମାନବୀୟ କାଣ୍ଡକୁ ନେଇ ଥାନାରେ ଏତଲା ହୋଇଛି । ଘରେ କାମ କରାଇବା ସହ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ନାବାଳିକାକୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କଲେ ଶିଶୁ ସୁରକ୍ଷାକର୍ମୀ । ଏହା ସହ ଅଭିଯୁକ୍ତ ଘର ମାଲିକକୁ ଅଟକ ରଖି ପୋଲିସର ପଚରାଉଚରା। ସୂଚନା ଯୋଗ୍ୟ; ରାଜଧାନୀର ଶୈଳଶ୍ରୀ ବିହାର ଜିଏ ପ୍ଲଟ୍ ୪୧୬ ନମ୍ବର ନାଁରେ ଥିବା ମାଲିକାଣୀ ନାବାଳିକାକୁ ଅକଥନୀୟ ଅତ୍ୟାଚାର କରୁଥିଲେ ଅଭିଯୋଗ ସାମ୍ନାକୁ ଆସିଛି । ଉକ୍ତ ନାବାଳିକାକୁ ଶିଶୁ ଶ୍ରମିକ ଭାବେ କାମ କରାଉଥିଲେ । ଯଦି କାମରେ କୌଣସି ଭୁଲ୍ ହେଉଥିଲେ, ତେବେ ତାଙ୍କୁ ନିର୍ଘାତ ମାଡ଼ ମାରୁଥିଲେ । ତେବେ ମାଡ଼ ଖାଇ ଦେହରୁ ରକ୍ତ ବାହାରିବାରୁ ତାଙ୍କ ତାଲା ପକାଇ ରଖିଥିଲେ ମାଲାକାଣୀ। ସେଠାରୁ କୌଣସି କ୍ରମେ ଖସି ଆସିଥିଲେ ନାବାଳିକା । ନାବାଳିକା ଜଣଙ୍କ ରାସ୍ତାରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ନାବାଳିକା ବୁଲୁଥିବାର ଦେଖି ତୁରନ୍ତ ପିସିଆର୍କୁ ଖବର ଦେଇଥିଲେ । ପିସିଆର୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା, ଯାହା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଶିଶୁ ସୁରକ୍ଷା ଅଧିକାରୀମାନେ ଝିଅଟିକୁ ଉଦ୍ଧାର କରି ଡାକ୍ତରୀ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ପର୍ଯ୍ୟବେକ୍ଷଣରେ ଅଛି ବୋଲି ସୂତ୍ରରୁ ଜଣାପଡିଛି। Post navigation Mann ki Baat: ମନ୍ କି ବାତ୍ରେ ଓଡ଼ିଶାର ଓମ ପ୍ରକାଶ ରଥ ଓ ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ Councilors Resign From BJD: ବିଜେଡିରୁ ଇସ୍ତଫା ଦେଲେ ୯ କାଉନ୍ସିଲର୍