Subhadra Yojana Registration For New Applicants From April 1
ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନା ପାଇଁ ନୂତନ ହିତାଧିକାରୀଙ୍କ ନାମ ପଞ୍ଜୀକରଣ ପାଇଁ ଆବେଦନ ଏପ୍ରିଲ ୧ ତାରିଖରୁ ଆନୁଷ୍ଠାନିକ ଭାବରେ ଆରମ୍ଭ ହେବ । ଏପ୍ରିଲ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ରେ ଆବେଦନ କରିପାରିବେ ।
 
ନୂଆ ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି କେବଳ ସେମାନେ ଆବେଦନ କରିପାରିବେ ।
 
ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ CDPO କାର୍ଯ୍ୟାଳୟରେ ନିଶୁଳ୍କ ଫର୍ମ ଦିଆଯିବ । ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *