Odisha CM counters opposition's 'weak CM' remark
ବିରୋଧୀଙ୍କ ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ କଟାକ୍ଷକୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାଉଣ୍ଟର କରିଛନ୍ତି । ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ମୋହନ ମାଝୀ ବିରୋଧୀଙ୍କ ଆଟାକ୍‌କୁ କାଉଣ୍ଟର କରିଛନ୍ତି ।
 
ପୂର୍ବ ସରକାରଙ୍କ ଅମଳର କାହାଣୀକୁ ମନେ ପକାଇ ଦେଇ ମୋହନ ମାଝୀ କହିଛନ୍ତି, ୨୦୧୯ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଯେଉଁ ଷ୍ଟୋରୀ ଥିଲା, ମୁଖ୍ୟମନ୍ତ୍ରୀ ଦୁର୍ବଳ ହେଉଥିଲେ ଏବଂ ସବଳ ସ୍ୱାସ୍ଥ୍ୟ ମନ୍ତ୍ରୀ ଉପରକୁ ଉଠୁଥିଲେ । ତାଙ୍କୁ କେଉଁ କାରଣରୁ ଓ କାହିଁକି ହତ୍ୟା କରାଗଲା ସମସ୍ତେ ଜାଣିଛନ୍ତି ବୋଲି ମୋହନ ମାଝୀ କହିଛନ୍ତି ।
 
ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପାଇଁ କିଛି ନେତା ଲୁଙ୍ଗି ପିନ୍ଧି ବସିଲେ । କେବଳ ଖୋର୍ଦ୍ଧା ଲୁଙ୍ଗିର ଵିଜ୍ଞାପନ ହିଁ ଭଲ ହୋଇଛି, ଆଉ କିଛି ହେବନି । ରାଜ୍ୟସଭା ଓ ନୂଆପଡ଼ା ନିର୍ବାଚନରୁ ଦୁର୍ବଳ ଆଉ ସବଳ ସଂଜ୍ଞା ଠିକ ପ୍ରମାଣିତ ହୋଇଯାଇଛି ବୋଲି ମୋହନ ମାଝୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *