ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ପବନ ବେଗ ଘଣ୍ଟା ପ୍ରତି ସର୍ବାଧିକ ୬୫-୭୫ କିମି ରହିଥିଲା ।

ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଏହି ଅବପାତ ଯୋଗୁଁ ଉତ୍ତର ଆନ୍ଧ୍ରା ଅଞ୍ଚଳରେ ବ୍ୟାପକ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଏହା ସହିତ ସ୍ଥାନୀୟ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ନିକଟତର ହୋଇଛି।

ଏଥି ସହିତ ଏହା ଫଳରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ରାଜାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ପବନର ବେଗ କମ୍ ଥିଲେ ହେଁ ଲଗାଣ ବର୍ଷା ଜାରି ରହିଛି। ଆଜି ଭିଷଣ ବର୍ଷା ନେଇ ୪ ଜିଲ୍ଲା -କୋରାପୁଟ, ମାଲକାନାଗିରୀ, ନବରଙ୍ଗପୁର, କଳାହାଣ୍ତି ଜିଳ୍ଲାକୁ ରେର୍ଡ ଆଲର୍ଟ ଜାରି ହୋଇଛି। ଏହି ଅଞ୍ଚଳରେ ବଜ୍ରପାତ ସହିତ ଝଡ଼ ଓ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପ୍ରବଳ ପବନ ମଧ୍ୟ ବହିବ।

ଏଥି ସହିତ ଯେଉଁ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ସେଠାରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି। ସେହିପରି ପାନୀୟ ଜଳ,ବିଦ୍ଯୁତ୍ ବିଭାଗକୁ ସଜାଗ ରହିଥିବା ବେଳେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ମଧ୍ଯ ସଜାଗ ରହିଛି।

Leave a Reply

Your email address will not be published. Required fields are marked *