ରାଜଧାନୀ ଭୁବନେଶ୍ୱର ଲାଗିଛି ବିଜୁ-ନବୀନ ଟ୍ରଷ୍ଟର ବେନାମୀ ପୋଷ୍ଟର । ଲାଗିଥିବା ପୋଷ୍ଟର ଦିଲ୍ଲୀରେ ବିଜୁ-ନବୀନ ଟ୍ରଷ୍ଟ କାହା ସ୍ବାର୍ଥରେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଯେଉଁଥିପାଇଁ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏଜି ଛକ, ୧୨୦ ବାଟାଲିୟନ ଛକ, ରବୀନ୍ଦ୍ର ମଣ୍ଡପ ଛକରେ ଲାଗିଥିବା ପୋଷ୍ଟରରେ ନବୀନ, ପାଣ୍ଡିଆନ ଓ ସଂତୃପ୍ତ ମିଶ୍ରଙ୍କ ଫଟୋକୁ ବ୍ୟଙ୍ଗାତ୍ମକ ଭାବେ ଦର୍ଶାଇଯାଇଛି। ତେବେ କିଏ ଏଭଳି ପୋଷ୍ଟର ଲଗାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହି। ଅନ୍ୟପକ୍ଷରେ ଏହା ବିଜେପି ଇଙ୍ଗିତରେ କରାଯାଇଥିବା ବିଜେଡ଼ି ଅଭିଯୋଗ କରିଛି । ବିଜେଡି ବିଧାୟକ ଧ୍ରୁବ ସାହୁ ପୋଷ୍ଟର ମାରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଏବଂ ତାଙ୍କ ପରିବାରକୁ ତ୍ୟାଗ ପାଇଁ ଓଡ଼ିଶାବାସୀ ଜାଣିଛନ୍ତି । କଟକରେ ଥିବା ପୈତୃକ ସମ୍ପତ୍ତିକୁ ରାଜ୍ୟ ସରକାରଙ୍କୁ ଦାନ କରିଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଦେହରେ ଯେତେ ଚେଷ୍ଟା କଲେ ମଧ୍ୟ କଳା ଦାଗ ଲଗାଇ ପାରିବେ ନାହିଁ । ଚକ୍ରାନ୍ତକାରୀଙ୍କ ସମସ୍ତ ଚକ୍ରାନ୍ତ ପଣ୍ଡ ହେବ । ତେଣୁ ଏହି ପୋଷ୍ଟର ଚକ୍ରାନ୍ତକାରୀ ମାନେ ମାରିଛନ୍ତି । ବିଜେପିର ସହଯୋଗରେ ପୋଷ୍ଟର୍ ମରାଯାଇଥିବା ଧ୍ରୁବ ସାହୁ ଅଭିଯୋଗ କରିଛନ୍ତି । ତିନି ମାସ ପୂର୍ବରୁ ଚକ୍ରାନ୍ତ କରିଥିବା ସ୍ୱୀକାର କରିଛନ୍ତି । ତେଣୁ ଚକ୍ରାନ୍ତକାରୀଙ୍କ କାମ ହେଉଛି ଚକ୍ରାନ୍ତ କରିବା । ଉଲ୍ଲେଖ ଯୋଗ୍ୟ, ଗତକାଲି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଟ୍ରଷ୍ଟ ବିରୁଦ୍ଧରେ ତଦନ୍ତ ଦାବି କରିଥିଲେ । ଟ୍ରଷ୍ଟରେ ଯେଉଁ ଉପ-ଆଇନ ରହିଛି ତାହାକୁ ଗୁପ୍ତଭାବରେ ତିଆରି କରାଯାଇଛି । ଏହି ଉପ-ଆଇନରେ ରହିଛି ଟ୍ରଷ୍ଟର ପଇସା କେବଳ ଦିଲ୍ଲୀରେ ଖର୍ଚ୍ଚ ହୋଇପାରିବ । ନବୀନ ବାବୁ ଓଡ଼ିଶାରୁ ଯେଉଁ କଳାଧନ ସଂଗ୍ରହ କରିଛନ୍ତି ସେହି ୪ ହଜାର କୋଟି ଟଙ୍କାକୁ ଧଳାରେ ପରିଣତ କରି କେବଳ ଦିଲ୍ଲୀରେ ଖର୍ଚ୍ଚ କରିପାରିବେ । ତେଣୁ ଏହାର ତଦନ୍ତ ହେବା ଉଚିତ। Post navigation Gold & Silver Prices Hike: ପୁଣି ବଢ଼ିଲା ସୁନା ଓ ରୁପା ଦର Odisha Assembly: ଲୋକଙ୍କ ରାଜକୋଷର ଅର୍ଥରେ ଚାଲିଛି ବିଧାନସଭା; ବିରୋଧୀଙ୍କ ହଙ୍ଗାମା ପାଇଁ ନଷ୍ଟ ହେଲାଣି ୧୨ କୋଟି: ଆଇନ ମନ୍ତ୍ରୀ