କଟକରେ ଦେବୀରଞ୍ଜନ ତ୍ରିପାଠୀଙ୍କ ନିଲମ୍ବନକୁ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ବିଜୁ ପଟ୍ଟନାୟକ ଛକରେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରି ଦେବୀରଞ୍ଜନଙ୍କ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ଦଳରୁ ପାଣ୍ଡିଆନଙ୍କୁ ବୟକଟ୍‌ କରିବାକୁ ଦାବି କରିଛନ୍ତି ଦେବୀରଞ୍ଜନଙ୍କ ସମର୍ଥକ ।

ପାଣ୍ଡିଆନଙ୍କ କୁଶପୁତ୍ତିଳିକା ଦାହ ସହ ପାଣ୍ଡିଆନ ଗୋ ବ୍ୟାକ ନାରାବାଜି ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ସନ୍ନ୍ୟାସ ନେବାର ୨ ବର୍ଷ ପରେ ବି ଦଳ ପାଣ୍ଡିଆନଙ୍କ ଦ୍ୱାରା ପରିଚାଳିତ ହେଉଛି ।

ସୂଚନା ଯୋଗ୍ୟ, ଗତକାଲି ବିଜେଡିର ପିଏସି ବୈଠକ ପରେ କ୍ରସ ଭୋଟି କରିଥିବା ୬ ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ। ଗତ ୧୬ ତାରିଖ ଦିନ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଥିଲେ। ଏହି ନିର୍ବାଚନରେ ବିଜେଡିର ନିଲମ୍ବିତ ଉପରୋକ୍ତ ବିଧାୟକମାନେ କ୍ରସ ଭୋଟିଂ କରିଥିଲେ।

 

Leave a Reply

Your email address will not be published. Required fields are marked *