Two Arrested After Ruckus Outside Pratap Jena’s Quarters
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ଆଜି ୨ ଜଣଙ୍କୁ ଗିରଫ କରିଛି ।
 
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସିଦ୍ଧାର୍ଥ ସ୍ୱାଇଁ ଓ ଦେବୀପ୍ରସାଦ ଲେଙ୍କା । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 
ଉଲ୍ଲେଖଯୋଗ୍ୟ, ଉଭୟ ସିଦ୍ଧାର୍ଥ ସ୍ୱାଇଁ ଓ ଦେବୀପ୍ରସାଦ ଲେଙ୍କା ବିଜୁ ଛାତ୍ର ଜନତା ଦଳ ଉପସଭାପତି ଥିଲେ । ଦଳ ବିରୋଧୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବା କାରଣରୁ ସେମାନଙ୍କୁ ବିଜେଡି ଦଳରୁ ଗତକାଲି ନିଲମ୍ବନ କରାଯାଇଥିଲା ।
 
ଏମାନଙ୍କ ନିଲମ୍ବନ ପାଇଁ ପ୍ରତାପଙ୍କ ହାତଥିବା ଅଭିଯୋଗ କରି ଗତକାଲି ରାତିରେ ଏହି ଦୁଇ ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ସିକ୍ୟୁରିଟି ଗାର୍ଡକୁ ବାଡ଼େଇବା ସହ ବାଣ ଫୁଟାଇ ହଙ୍ଗାମା କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *