odisha-to-host-world-indoor-athletics-championships-2028
ଭାରତ ପ୍ରଥମ ଥର ପାଇଁ ୨୦୨୮ ବିଶ୍ୱ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାକୁ ଯାଉଛି । ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହା ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
 
ବିଶ୍ୱ ଆଥଲେଟିକ୍ସ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଇଭେଣ୍ଟ, ବିଶ୍ୱ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍, ସାରା ବିଶ୍ୱର ଉଚ୍ଚକୋଟୀର ଖେଳାଳିମାନଙ୍କୁ ଇଣ୍ଡୋର ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ପ୍ରତିଯୋଗିତା କରିବା ପାଇଁ ଏକତ୍ରିତ କରିବ । ବିଶ୍ୱ ଆଥଲେଟିକ୍ସର ସଭାପତି ସେବାଷ୍ଟିଆନ୍ କୋ ଏହି ଘୋଷଣା କରିଛନ୍ତି ।
 
କହିରଖୁଛୁ ଯେ, କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜିତ ହେବ । ପୁରୁଷ, ମହିଳା, ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳାରେ ମୋଟ୍ ୩୬ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ ।
 
ଏହା ଭାରତର ନିଜକୁ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।
 

By Nirvay

Leave a Reply

Your email address will not be published. Required fields are marked *