ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ମାରିଛନ୍ତି ୧୫୪ ହାତୀ । ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ୨୦ ମାସ ମଧ୍ୟରେ ମାରିଥିବା ୧୫୪ ହାତୀ ମଧ୍ୟରୁ ୧୫ଟି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୨୩ଟି ଶିକାରୀଙ୍କ ଦ୍ୱାରା ଶିକାର ହୋଇଛି ।ଏଥି ସହ ଗତ ତିନି ବର୍ଷ ମଧ୍ୟରେ ୩୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୧୫ଟି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୨୩ଟି ଶିକାରୀଙ୍କ ଦ୍ୱାରା ଶିକାର ହୋଇଛି ।

ସେହିପରି ଗତ ୨୦ ମାସରେ ୭ଟି କଳରାପତରିଆ ବାଘ ଛାଲ, ୨ଟି ହାତୀ ଦାନ୍ତ ଓ ଗୋଟିଏ ବନ୍ଧୁକ ଜବତ ହୋଇଛି । ୨୦୨୪-୨୫ ରୁ ୨୦୨୫-୨୬ରେ ମାର୍ଚ୍ଚ ୧ ତାରିଖ ମଧ୍ୟରେ ୮୭୭୭୮.୦୨ ଘନ ଫୁଟ ପରିମାଣର ଚୋରା କାଠ ଜବତ ହୋଇଛି । ୧୦୩୯ କାଠ ଚୋରା ଚାଲାଣ ବେଳେ ଧରାପଡିଛି ।

Leave a Reply

Your email address will not be published. Required fields are marked *