odisha-govt-forms-6-member-fact-finding-team-to-probe-scb-fire-tragedy
କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏହି ୬ ଜଣିଆ ଟିମ୍ ଗଠନ କରାଯାଇଛି ।
 
ଟିମ୍‌ରେ ଅଗ୍ନିଶମ ଆଇଜି, EIC, ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗ ଏଇକ, ଚିଫ୍ ଇଞ୍ଜିନିୟର ବିଲ୍ଡିଂ, ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକଙ୍କୁ ସାମିଲ୍ କରିଛନ୍ତି ରାଜ୍ୟ ସରକାର । ଟିମର ସଦସ୍ୟ ହୋଇଛନ୍ତି ଅଗ୍ନିଶମ ବିଭାଗର ଆଇଜି ଡଃ ଉମାଶଙ୍କର ଦାଶ, ଚିଫ୍ ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ବରଦା ପ୍ରସନ୍ନ ଦାଶ, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି ବିରଞ୍ଚି ନାରାୟଣ ପ୍ରଧାନ, ଚିଫ ଇଞ୍ଜିନିୟର ବିଲ୍ଡିଂ ପ୍ରିୟବ୍ରତ ସାମନ୍ତରାୟ ଏବଂ ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ମିଶ୍ର ।
 
ଏହି କମିଟି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହି ଟିମ୍ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ତଦନ୍ତ କରିବ ।
 
ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୧ ହୋଇଛି । ଏହି ଘଟଣା ପରେ ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ପ୍ରତ୍ୟେକ୍ଷ ଭାବେ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *