ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି ।ଓଡ଼ିଶାରେ ରାଜ୍ୟସଭା ଆସନ ପାଇଁ ଲଢ଼େଇ ତୀବ୍ର ହେଉଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶାସକ ବିଜେପି ଉପରେ ଆକ୍ରମଣ ଆରମ୍ଭ କରି ଦଳ ବିଜୟ ସୁନିଶ୍ଚିତ କରିବା ପାଇଁ ଅନୈତିକ ଘୋଡା ବେପାର କରୁଥିବା ଅଭିଯୋଗ କରିଛନ୍ତି । ଉତ୍ତରରେ ବିଧାୟକ ଜୟନାରାୟଣ ମିଶ୍ର କଟାକ୍ଷ କରି କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କର ଘୋଡ଼ା ବେପାର ଅଭିଜ୍ଞତା ରହିଛି । ସେ କହିଛନ୍ତି ଯେ ବିଜେଡି ବୁଡ଼ିଲା ଡଙ୍ଗା, ସେ ଡଙ୍ଗାରେ କିଏ ବସିବ । ବିଜେପି ବିଧାୟକ ପୁଣି କହିଛନ୍ତି ଯେ, ଆମେ ଘୋଡ଼ା ବେପାର କରୁନୁ, ବିବେକାନୁମୋଦିତ ଭୋଟ୍ ମାଗିଛୁ । ନବୀନଙ୍କୁ ସମାଲୋଚନା କରି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଅତୀତରେ ଘୋଡା ବେପାରରେ ତାଙ୍କୁ ନବୀନ ଅଫର କରିଥିଲେ । ତାଙ୍କୁ କିଣିବାକୁ ୩ ଜଣ ବିଧାୟକଙ୍କୁ ପଠେଇଥିଲେ । ତେବେ ସେ ମନାକରିଦେଇଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି । Post navigation ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି BJP Holds Meeting on SIR: ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ