ବାହାର ରାଜ୍ୟକୁ ବାଲି ରପ୍ତାନୀ ନେଇ ଗୃହରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖିଛନ୍ତି । ୪ ଜିଲ୍ଲାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ରପ୍ତାନୀ ହେଉଛି ବାଲି । କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡାରୁ ଆଣ୍ଡାମାନକୁ ଯାଉଛି ବାଲି ।

ଆଜି ଗୃହରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ୨୦୨୩-୨୪ ଓ ୨୦୨୪-୨୫ରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳରୁ ଆଣ୍ଡାମାନ ନିକୋବର ଦ୍ବୀପ ପୁଞ୍ଜକୁ ବାଲି (Sand) ରପ୍ତାନି କରାଯାଇଛି ଓ ରାଜ୍ୟ ସରକାର ରାଜସ୍ବ ପାଇଛନ୍ତି।

ସେହିଭଳି ଗଜପତି, ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶକୁ ବାଲି ରପ୍ତାନୀ କରାଯାଇଥିବାବେଳେ ଯାଜପୁରରୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ବାଲି ରପ୍ତାନୀ ହୋଇଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ୯୯୪ଟି କାର୍ଯ୍ୟକ୍ଷମ ବାଲିଘାଟ ନିଲାମ ହୋଇଥିବାବେଳେ ଶତାଧିକ ବାଲି ଘାଟ ନିଲାମ ହୋଇପାରିନି। ଉଦାହରଣସ୍ବରୂପ ବଲାଙ୍ଗୀରରେ ୨୦୨୪-୨୫ରେ ୫୦ଟି ବାଲିଘାଟ ନିଲାମ କରାଯିବା ପାଇଁ ସର୍ଭେ ଓ ଚିହ୍ନଟ ହୋଇଥିବାବେଳେ ଗୋଟିଏ ବି ନିଲାମ ହୋଇପାରିନି। ତେବେ ଲଘୁଜ ଚୋରା ଚାଲାଣ ପାଇଁ ୧୬୪ଟି ହାଇଓ୍ବା ଓ ଟ୍ରାକ୍ଟର ଜବତ ହୋଇଥିବାବେଳେ ୩୧ଟି ଏଫଆଇଆର ରୁଜୁ ହୋଇଛି ଓ ୮୧.୪୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି

କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧ଟି ବାଲିଘାଟକୁ ନିଲାମ ଦିଆଯାଇଛି। ଆବଶ୍ୟକତା ଦୃଷ୍ଟିରୁ ଆଉ ୧୦ଟି ନୂତନ ଉତ୍ସକୁ ଚିହ୍ନଟ କରାଯାଇଛି। ଏହି ସର୍ଭେ ରିପୋର୍ଟକୁ ଅନ୍ତର୍ଭୁକ୍ତ କରିବା ପାଇଁ SEIAA କୁ ଅନୁରୋଧ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି ବାଲିଘାଟ ନିଲାମ ହୋଇପାରିନି।

Leave a Reply

Your email address will not be published. Required fields are marked *