ବିଧାନସଭାରେ ଉଠିଲା ଇନ୍ଧନ ଗ୍ୟାସ ଅଭାବ ପ୍ରସଙ୍ଗ।ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସାରା ଦେଶରେ ଇନ୍ଧନ ଗ୍ୟାସ ସଙ୍କଟ ଦେଖା ଦେଇଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ। ଆଜି ଗୃହ କାର୍ଯ୍ୟ ଆରମ୍ଭ କ୍ଷଣି ବିରୋଧୀ ଦଳ ସଦସ୍ୟ ହାତରେ ପ୍ଲା କାର୍ଡ ଧରି ନିଜ ନିଜ ଆସନରୁ ଉଠି ହଙ୍ଗାମା ଆରମ୍ଭ କରିଥିଲେ । ତେଣୁ ମଧ୍ୟାହ୍ନ ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଗୃହ ମୁଲତବି ।ଗ୍ୟାସ୍ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁ ମୁଲତବି ଘୋଷଣା କଲେ ବାଚସ୍ପତି । ବାଚସ୍ପତି ବାରମ୍ବାର ନିଜ ଆସନରେ ବସିବାକୁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀ ହଟ୍ଟଗୋଳ ଜାରି ରଖିଥିଲେ । ବାଚସ୍ପତି ବାଧ୍ୟ ହୋଇ ପ୍ରଶ୍ନକାଳକୁ ବାତିଲ କରିଥିଲେ । ବିରୋଧୀଙ୍କ ହୋହାଲ୍ଲା ଜାରି ରହିବାରୁ ଶେଷରେ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ପରେ ପୁଣି ୧୨ଟା ୧୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। Post navigation Fire Breaks Out At Tarini Market: ଭୁବନେଶ୍ୱରର କଳିଙ୍ଗ ଷ୍ଟୁଡିଓ ସ୍କୋୟାର ତାରିଣୀ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ Puri Municipal Corporation: ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ଚୂଡ଼ାନ୍ତ ବିଜ୍ଞପ୍ତି