ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ ବିଏମ୍‌ସି ।କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟାଇବ ବିଏମ୍‌ସି । ରାଜଧାନୀ ସହରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୂର୍ବରୁ କାଠ ଏବଂ କୋଇଲା ଚୁଲି ବ୍ୟବହାର ଉପରେ ଲାଗୁ ହୋଇଥିବା କଟକଣାକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ହଟାଇବାକୁ ଯାଉଛି। ଏହି ପଦକ୍ଷେପ ଦ୍ୱାରା ଦୈନନ୍ଦିନ କାର୍ଯ୍ୟ ପାଇଁ ପାରମ୍ପରିକ ଚୁଲି ଉପରେ ନିର୍ଭର କରୁଥିବା ଅନେକ ଛୋଟ ବ୍ୟବସାୟକୁ ଆଶ୍ୱସ୍ତି ମିଳିବ ବୋଲି ଗୁରୁବାର ଦିନ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାଶ । ସେ କହିଛନ୍ତି ବ୍ୟବସାୟୀମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ । ସଂଧ୍ୟା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ରନ୍ଧନ ଗ୍ୟାସ୍ ସଙ୍କଟ ଦେଖାଦେଇଛି । ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ଧିରେ ଧିରେ ବନ୍ଦ ହେବାକୁ ଲାଗିଚି। ଏହାରି ମଧ୍ୟରେ ରାଜଧାନୀରୁ କାଠ ଓ କୋଇଲା ଚୁଲା କଟକଣା ହଟାଇବା ଲାଗି ବିଚାର କରୁଛି ବିଏମ୍‌ସି।

ବାୟୁ ପ୍ରଦୂଷଣ ରୋକିବାକୁ ରାଜଧାନୀ ଭୁବନେଶ୍ୱରରେ କଟକଣା ଯୋଗୁଁ କାଠ ଓ କୋଇଲା ଚୁଲାକୁ ବନ୍ଦ କରାଯାଇଥିଲା। ଏମିତିକି ଯିଏ ଏହା ବ୍ୟବହାର କରୁଥିଲା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍ ମଧ୍ୟ ଲଗାଯାଉଥିଲା। ତେବେ ଏଭଳି ରନ୍ଧନ ଗ୍ୟାସ୍ ସମସ୍ୟା ଯୋଗୁଁ ଏହି କଟକଣା ହଟିବା ନେଇ ସଙ୍କେତ ମିଳିଛି। ତେଣୁ କିଛିଦିନ ପାଇଁ ତାଙ୍କୁ କୋଇଲା ଜାଳିବାକୁ ଅନୁମତି ଦିଆଯିବ। ଗ୍ୟାସ ସଙ୍କଟ ଦୂର ହେବା ପର୍ଯ୍ୟନ୍ତ କାଠ ଜାଳେଣି କୋଇଲା ଆଦିକୁ ଜାଳେଣି ରୂପେ ବ୍ୟବହାର କରିପାରିବେ। ଏନେଇ ସନ୍ଧ୍ୟା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *